ଦେଶ ପ୍ରଥମ ଓ ସର୍ବୋପରି, ଆଚରଣ, ଉଚ୍ଚାରଣ ମାର୍ଜିତ ପାଇଁ ପରାମର୍ଶ ବିଧାୟକଙ୍କୁ ପରାମର୍ଶ

ଦେଶ ପ୍ରଥମ୍ ଓ ସର୍ବୋପରି, ଆଚରଣ, ଉଚ୍ଚାରଣ ମାର୍ଜିତ ପାଇଁ ପରାମର୍ଶ ବିଧାୟକଙ୍କୁ ପରାମର୍ଶ

ଭୁବନେଶ୍ବର: ଦେଶ ତଥା ଓଡ଼ିଶା ବିଧାନସଭାରେ ଐତିହାସିକ ଦିନ। ପ୍ରଥମ ଥର ପାଇଁ ଓଡ଼ିଶା ବିଧାନ ସଭାକୁ ସଂଵୋଧନ କଲେ ମହା ମହିମ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ମୁର୍ମୁ ତାଙ୍କ ଅଭିଭାଷଣରେ କହିଛନ୍ତି ଓଡ଼ିଶା ବିଧାନସଭାକୁ ଉଦ୍‌ବୋଧନ ଦେବା ଖୁସିର ବିଷୟ। ଏ ବିଧାନସଭାରୁ ମୁଁ ସବୁକିଛି ଶିଖିଛି। କଥା କହିବା ଠୁ ବ୍ୟବହାର ଓ ରାଜନୀତିର ଦୃଢ଼ ମୂଳଦୁଆ ପଡ଼ିଛି। ଜଗନ୍ନାଥ ଓ ଲୋକଙ୍କ ଯୋଗୁଁ ମୁଁ ଏ ଗୃହ ଓ ଏ ପଦବୀରେ ଅଛି। ଆଜି ମୋତେ ଘରକୁ ଫେରି ଆସିବା ଭଳି ଲାଗୁଛି। ସୁଭାଷ ବୋଷ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କୁ ମନେ ପକେଇଲେ ରାଷ୍ଟ୍ରପତି ମୁର୍ମୁ।

ଓଡ଼ିଶାର ମହିଳାଙ୍କ ଅବଦାନ ଓ ସଂଗ୍ରାମ ଓ ସଫଳତା କହି ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ରାଷ୍ଟ୍ରପତି ମୁର୍ମୁ କହୁଛନ୍ତି। ସୁଭଦ୍ରା ଯୋଜନା ଓଡ଼ିଶାର ମହିଳା ଙ୍କୁ ସ୍ବାବଲମ୍ବୀ କରିଛି ବୋଲି କହିଛନ୍ତି। ଦେଶର ବିକାଶ କଥା କହି ୨୦୪୭ ବେଳକୁ ଭାରତ ‘ବିକଶିତ ଭାରତ’ ହେବ, ଆମର ଜ୍ଞାନକୌଶଳ, ସ୍ବାସ୍ଥ୍ୟସେବା ବିଶ୍ବର ପ୍ରଥମ ପସନ୍ଦ ‘ଦେଶ ପ୍ରଥମେ ଓ ସର୍ବୋପରି’ ଭାବନା ରଖିବାକୁ ବିଧାୟକଙ୍କୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି। ନେତା ଯାହା କରିବେ, ଲୋକେ ତାହା ଅନୁସରଣ କରିବେ। ତେଣୁ ଆଚରଣ ଓ ଉଚ୍ଚାରଣକୁ ସେମିତି ମାର୍ଜିତ କରିବା ଉଚିତ ବୋଲି ବିଧୟକଙ୍କୁ ପରାମର୍ଶ ଦେଇଛନ୍ତି। ବିଧାନସଭାରେ ଉଦବୋଧନ ଦେଇ ରାଜ୍ୟପାଳ କେ. ହରିବାବୁଙ୍କ କହିଛନ୍ତି ରାଷ୍ଟ୍ରପତିଙ୍କ ଉପସ୍ଥିତି ଓଡ଼ିଶା ବିଧାନସଭା ପାଇଁ ଗର୍ବର ବିଷୟ। ପ୍ରଥମ ମହିଳା ଭାବେ ଶ୍ରେଷ୍ଠ ବିଧାୟିକା ହୋଇଥିଲେ ମୁର୍ମୁ। ଦ୍ରୌପଦୀଙ୍କ ରାଇରଙ୍ଗପୁରରୁ ରାଇସିନା ହିଲ୍‌ସର କାହାଣୀ ପ୍ରେରଣାପ୍ରଦ ବୋଲି ରାଜ୍ୟପାଳ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଅଭିଭାଷଣରେ ଆଜିର ଦିନ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ ବୋଲି କହିଛନ୍ତି। ଏଇ ମାଟିର ୨ ଆଦିବାସୀ ରାଜ୍ୟ ଓ ରାଷ୍ଟ୍ରର ମୁଖ୍ୟ ପଦବୀରେ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ମାଟିର ଝିଅ ଆମ ଦେଶର ରାଷ୍ଟ୍ରପତି ହୋଇଥିବାରୁ ଆମେ ସମସ୍ତେ ଗର୍ବିତ। ଏଇ ବିଧାନସଭାରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ମୁର୍ମୁ। ବିପର୍ଯ୍ୟୟ ପରିଚାଳନା, ଦାରିଦ୍ର୍ୟ ଦୂରୀକରଣ ପାଇଁ ଦେଶରେ ଉଦାହରଣ ହୋଇଛି ଓଡ଼ିଶା। କାର୍ଯ୍ୟକ୍ରମ ଶେଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନ ସଭାରେ ମନ୍ତ୍ରୀ ଥିବାବେଳେ ଯେଉଁ ୧୧ ନମ୍ବର ପ୍ରକୋଷ୍ଠ ଦିଆଯାଇଥିଲା ସେଠାକୁ ଯାଇ କିଛି ବିଧାୟକଙ୍କ ସହ ଆଲୋଚନା କରିଥିଲେ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories