ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, CHSE ମୁଖ୍ୟାଳୟରେ ହେବ ମନିଟରିଂ

ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, CHSE ମୁଖ୍ୟାଳୟରେ ହେବ ମନିଟରିଂ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି CHSE କର୍ତ୍ତୃପକ୍ଷ । ସ୍ୱଚ୍ଛ, ଅବାଧ ପରୀକ୍ଷା ପାଇଁ ସବୁ ପଦକ୍ଷେପ ନେଉଛି CHSE । ଡିସେମ୍ବର ୧୫ ସୁଦ୍ଧା ଆଡମିଟ କାର୍ଡ ମିଳିବ। ତିନୋଟି ପର୍ଯ୍ୟାୟରେ ହେବ ପରୀକ୍ଷା। ଡିସେମ୍ବର 22ରୁ 31 ପ୍ରଥମ ପର୍ଯ୍ୟାୟରେ ହେବ ଇଣ୍ଟରନାଲ ପରୀକ୍ଷା । ଜାନୁୟାରୀ ୨ ରୁ ୧୫ ଦ୍ଵିତୀୟ ପର୍ଯ୍ୟାୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ପ୍ରଥମ ଇଣ୍ଟରନାଲ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀ ଜାନୁୟାରୀ ୧୦ ରୁ ୧୫ ଭିତରେ ପରୀକ୍ଷା ଦେବେ । ଏଥର ନୂଆ ଢାଞ୍ଚାରେ ହେବ ପରୀକ୍ଷା । ପ୍ରଥମ ଥର ପାଇଁ ଲାଇଭ ଷ୍ଟ୍ରିମିଙ୍ଗ ହେବ ପ୍ରାକ୍ଟିକାଲ ପରୀକ୍ଷା। 210 ପରୀକ୍ଷା ପରିଚାଳନା ହବ AI ସର୍ଭେଲିଆନ୍ସରେ ରହିବ l ସମସ୍ତ ମନିଟରିଂ ସିଏଚଏସଇ ମୁଖ୍ୟାଳୟରେ ହେବ। ସିସିଟିଭି ସବୁ ପରୀକ୍ଷା କେନ୍ଦ୍ର ପାଇଁ ବାଧ୍ୟତାମୂଳକ । ସିସିଟିଭି ନଥିଲେ ପରୀକ୍ଷା କେନ୍ଦ୍ର ବାତିଲ ।

ଫେବୃଆରି ୧୫ ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ । କଡା ସୁରକ୍ଷା ଭିତରେ ହେବ ପରୀକ୍ଷା। ଚଳିତବର୍ଷ ଜିଲ୍ଲାସ୍ତରରେ ପରୀକ୍ଷା ପରିଚାଳନା ପାଇଁ ଅଧିକ ସ୍କ୍ୱାର୍ଡ଼ ବ୍ୟବସ୍ଥା କରାଯିବ। ପଞ୍ଚସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା ରହିବ। ୨୦୨୬ ଜାନୁୟାରୀ ୨ରୁ ୧୫ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ହେବ। ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଲାଇଭ ଷ୍ଟ୍ରମିଙ୍ଗ କରାଯିବ। ଫେବୃଆରୀ ୧୮ ରୁ ଆରମ୍ଭ ହୋଇ ମାର୍ଚ୍ଚ 21 ଯାଏଁ ଡିସେମ୍ବର ୧୫ ରୁ ଆର୍ଡମିଟ କାର୍ଡ ମିଳିବ।

ଏ ବର୍ଷ ୪ ଲକ୍ଷ ୭୩୭ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। କଳାରେ ୨ଲକ୍ଷ ୫୬ହଜାର୪୩ ଛାତ୍ରଛାତ୍ରୀ, ବିଜ୍ଞାନରେ ଏକ ଲକ୍ଷ ୧୪ହଜାର ୨୩୮ ଛାତ୍ରଛାତ୍ରୀ, ବାଣିଜ୍ୟରେ ୨୪ହଜାର ୫୩୩, ଧନ୍ଦାମୂଳକରେ ୫୯୨୩ ଛତ୍ରଛାତ୍ରୀ ପରୀକ୍ଷା ଦେବେ। ଚାଳିତବର୍ଷ ୧୩୫୦ ଟି ପରୀକ୍ଷା କେନ୍ଦ୍ର ଅଛି। ତେବେ ଆବଶ୍ୟକ ହେଲେ ଆହୁରି ପରୀକ୍ଷା କେନ୍ଦ୍ର ବଢ଼ିପାରେ । AI ସର୍ଭେଲିଆନ୍ସରେ ସବୁ ପରୀକ୍ଷା କେନ୍ଦ୍ର ରହିବ। ସବୁ ପରୀକ୍ଷା କେନ୍ଦ୍ର ପାଇଁ ସିସିଟିଭି ବାଧ୍ୟତାମୂଳକ । ପରୀକ୍ଷା ସରିବାର 40 ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories