ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସମ୍ବିତ, ପାଣ୍ଡିଆନ ନେତା ନୁହନ୍ତି ମ୍ୟାନେଜର, ନବୀନଙ୍କ ସେବା କରନ୍ତି ପାଣ୍ଡିଆନ

ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସମ୍ବିତ, ପାଣ୍ଡିଆନ ନେତା ନୁହନ୍ତି ମ୍ୟାନେଜର, ନବୀନଙ୍କ ସେବା କରନ୍ତି ପାଣ୍ଡିଆନ

ଭୁବନେଶ୍ବର: ବିଜେଡିର ପୂର୍ବତନ ବିଧାୟକଙ୍କ ପିକିନିକ କୁ ନେଇ ରାଜ୍ୟ ରାଜନୀତିରେ ଆଲୋଚନା ଚାଲିଥିବାବେଳେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ତୀବ୍ର କରିବାର ଖୋରାକ ଯୋଗାଇଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମ୍ବିତ କହିଛନ୍ତି ୨୦୨୬ରେ ବହୁତ କିଛି ହେବ । ବିଜେଡି ନେତାଙ୍କ କିଛି ମେଳି ନାହିଁ । ଯଦି ରାଜନୀତି କରାଯାଏ ତାହେଲେ ଚର୍ଚ୍ଚା ହେବ । ୨୦୨୪ ନିର୍ବାଚନରେ ବହୁତ କିଛି ଘଟଣା ଘଟିଗଲା । ତାପରଠୁ ବହୁ ଦୂର ନେତାଙ୍କ ସହ ଦେଖା ହୋଇନଥିଲା । ସମସ୍ତଙ୍କୁ ଏକାଠି କରିବାପାଇଁ ଭୋଜି ହେଲା । ତେବେ ଏହି ଭୋଜିକୁ ମେଳି କୁହାଯିବା ଠିକ ନୁହେଁ ।

ଆଞ୍ଚଳିକ ଦଳ ଭାବେ ବିଜେଡି ସର୍ବ ବୃହତ ଦଳ । ଆମର ଗୋଟିଏ ନେତା ନବୀନ । ନେତୃତ୍ୱର ଅଭାବ ନାହିଁ । ନୂଆ ଦଳ କାହିଁକି ଗଢ଼ା ଯିବ । ବିଜେଡ଼ି କଣ କେବଳ ନବୀନଙ୍କୁ ନେଇ ଗଢାଯାଇଛି । ବିଜୁଙ୍କ ଆଦର୍ଶରେ ଗଢ଼ା ହୋଇଛି ବିଜେଡି । ବହୁ ବରିଷ୍ଠ ନେତା ଦାମୋଦର ରାଉତ, କାଳନ୍ଦି ବେହେରା, ପ୍ରଦୀପ ମହାରଥୀ, ବିଜୟଶ୍ରୀ ରାଉତରାୟ, କଳ୍ପତରୁ ଦାସ ଦାସଙ୍କ ଅବଦାନ ଅତୁଳନୀୟ । ବିଜେଡିକୁ କେହି ହାଇଯାକ କରିବାକୁ ଚେଷ୍ଟା କଲେ ବି ସଫଳ ହୋଇପାରିବେ ନାହିଁ । ଆମେ ବିଜେଡିର ସୈନିକ। ବିରୋଧୀ ଭାବେ ଆମେ ସରକାରର ଦୋଷ ତ୍ରୁଟି ଲୋକ ଲୋଚନକୁ ଆଣିବୁ । ଅଳ୍ପଦିନର ସରକାରରେ ଲୋକେ ସବୁ ବୁଝିଲେଣି ବିଜେପି ଆଉ ବିଜେଡି ଭିତରେ ପାର୍ଥ୍ୟକ୍ୟ କଣ । ନୂଆ ବର୍ଷରେ ନୂଆ ତରିକାରେ ଦଳ ଆହୁରି ସୁଦୃଢ ହେବ । ଅତୀତରେ ଭୋଜି ଭାତ ଉପରେ କଟକଣା ଥିଲା । ୨୦୨୪ରେ ଦଳ ହାରିଗଲା ପରେ ଏବେ ଆଉ ସେ କଟକଣା ନାହିଁ ।

ତେବେଶ୍ରୀ ରାଉତରାୟ କେବଳ ଏତିକି କହିନାହାନ୍ତି ସିଧା ନିଶାନ କରିଛନ୍ତି ପାଣ୍ଡିଆନଙ୍କୁ । ସିଧାସିଧା କହିବାକୁ ଯାଇ ସେ କହିଛନ୍ତି ପାଣ୍ଡିଆନ୍ କଥା କାହିଁକି ଉଠୁଛି । ସରକାର ଥିବା ବେଳେ ସିଏ ଗୋଟିଏ କାରକ ଥିଲା । ପାଣ୍ଡିଆନ ଜଣେ ଭଲ ମ୍ୟାନେଜର କିନ୍ତୁ ନେତା ହିସାବରେ ଆମେ ପାଣ୍ଡିଆନଙ୍କୁ କେବେ ମାନି ନାହୁଁ । ପାଣ୍ଡିଆନ ନବୀନ ବାବୁଙ୍କର ଅନେକ ସେବା କରିଛନ୍ତି । ପୁଅଠାରୁ ଅଧିକ ସେବା କରିଛନ୍ତି । କିନ୍ତୁ ନେତା ହେଉଛନ୍ତି ନବୀନ । ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ଦଳରେ ଯୋଗ ଦେବା ପ୍ରସଙ୍ଗରେ ସେ କହିଛନ୍ତି ଏସବୁ ମିଡିଆ ଚର୍ଚ୍ଚା । ଆମ ପାଖରେ କୌଣସି ଖବର ନାହିଁ କି ସୂଚନା ନାହିଁ । କଟାକ୍ଷ କରି ସେ କହିଛନ୍ତି ଶସ୍ୟ ଶ୍ୟାମଳ ଅମାର ଥିଲେ ମୂଷା ରହିବେ । ସବୁ ଦଳରେ ମୂଷା ଅଛନ୍ତି । ସ୍ବର୍ଗତଃ ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କ ଏପରି କଡ଼ା କଟାକ୍ଷ ଓ ମନ୍ତବ୍ୟକୁ ନେଇ ଦଳ ଭିତରେ ଆଲୋଡନ ସୃଷ୍ଟି ହୋଇଛି ଡିସେମ୍ବର ୨୬ରେ ଆବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହା ପୂର୍ବରୁ ନେତାଙ୍କ ବୟାନ ରାଜ୍ୟ ରାଜନୀତିକି ସରଗରମ କରିଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories