ଭୁବନେଶ୍ବର: ବିଜେଡ଼ିର ଭବିଷ୍ୟତ ଓ ମୁଖିଆଙ୍କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜରି ରହିଥିବାବେଳେ ନେତାଙ୍କ ତଥା କଥିତ ନବୀନ ନେତା ଉକ୍ତି ଭିତରେ ଏବେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଶୀତଳ ଯୁଦ୍ଧ। ନବୀନଙ୍କ ଏକାନ୍ତ ବ୍ୟକ୍ତିଗତ ଓ ଘନିଷ୍ଠ କୁହାଯାଉଥିବା ଭି.କେ.ପାଣ୍ଡିଆନଙ୍କ ସନ୍ନ୍ୟାସ ପରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ନେଇ ମାଷ୍ଟର ପ୍ଲାନ୍। ହେଲେ ଗ୍ରହଣ କରି ନାହାନ୍ତି ନେତା। ଏକଦା ପାଣ୍ଡିଆନଙ୍କ ଇଶାରାରେ ଚାଲୁଥିବା ବିଜେଡିରେ ପାଣ୍ଡିଆନଙ୍କ ପତ୍ନୀଙ୍କୁ ନେତା ମାନିବାକୁ ନେତା ନାରାଜ।
ଏହା ପଛର କଣ ରହିଛି କାରଣ:
ପତିଙ୍କ ପତିଆରା: ଦଶନ୍ଧିରୁ ଅଧିକ ବର୍ଷ ପରୋକ୍ଷ ଭାବେ ରାଜନୀତିରେ ସଂପୃକ୍ତି ଥିଲେ ପାଣ୍ଡିଆନ। ବିଭିନ୍ନ କାରଣକୁ ନେଇ ନେତାଙ୍କ ଆକ୍ରୋଶର ଶିକାର ପାଲଟିଛନ୍ତି ପାଣ୍ଡିଆନ। କ୍ଷମତା ଗଲା ପରେ ଏବେ ଏହାର ପରିଣାମ ସ୍ବରୂପ ପତ୍ନୀ ପାଣ୍ଡିଆନଙ୍କୁ ଦଳରେ ବିରୋଧ। ରାଜନୀତିରେ ଅନଭିଜ୍ଞ: ପ୍ରଶାସନିକ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ସୁଜାତାଙ୍କ ରାଜନୀତିରେ ଅଭିଜ୍ଞତା ନାହିଁ। ତୃଣମୂଳରେ ସଂଗଠନ ନାହିଁ। ବରିଷ୍ଠଙ୍କ ଅସନ୍ତୋଷ: ବରିଷ୍ଠ ଓ ଅଭିଜ୍ଞ ନେତା ଅଛନ୍ତି ଯେଉଁମାନେ ଦଳ ପାଇଁ କାମ କରିଛନ୍ତି। ସେମାନଙ୍କୁ ଅଣ ଦେଖା କରାଯାଇ ପଛେ ରଖି ନୂଆ ମୁହଁକୁ ଆଗକୁ ଆଣିବା ନେଇ ଅସନ୍ତୋଷ ସୁଜାତା ଙ୍କ ପାଇଁ ପ୍ରତିବନ୍ଧକ।
କଟକଣା ମୁକ୍ତ ନେତା: ୨୦୨୪ ପୂର୍ବରୁ ବିଜେଡିରେ ଯାହା ବି ଘଟୁଥିଲା କେବଳ ପାଣ୍ଡିଆନ ଙ୍କ ନିର୍ଦ୍ଦେଶରେ ହେଉଥିଲା। ପାୱାର କରିଡରରେ ଥିଲେ ପାଣ୍ଡିଆନ ଦଂପତି। ଯଦିଓ ଅସନ୍ତୋଷ ଥିଲା ତାକୁ ମନ୍ ଭିତରେ ଚାପି ଦଳ ପାଇଁ କାମ କରୁଚ୍ଛୁ, ନବୀନ ନେତା ଏହି ଘୋଷା ବାକ୍ୟରେ ଅକୁହା କଥା କହିବାକୁ ବାଧ୍ୟ ହେଉଥିଲେ ନେତା। ଏବେ କିନ୍ତୁ ସେ କଟକଣା ନାହିଁ କି ଗଣମାଧ୍ୟମରେ ମନଇଚ୍ଛା ପ୍ରତିକ୍ରିୟା ଦେବାର କିଛି ଅସୁବିଧା ବି ନାହିଁ। କଟକଣା ମୁକ୍ତ ହୋଇ କରିଡରରୁ ବାହାରିଲା ପରେ ନେତାଙ୍କ ମନ୍ତବ୍ୟ ଭାଇରାଲ ହେଉଛି ଯାହାକି ସୁଜାତାଙ୍କ ଏଣ୍ଟ୍ରିରେ ପ୍ରତି ବନ୍ଧକ ସାଜିଛି। ସର୍ବୋପରି ତୃଣମୂଳ ରେ ରାଜନୀତି କରି ନ ଥିବା କିମ୍ବା ରାଜନୈତିକ ପରିବାରରୁ ଆସି ନଥିବା ସୁଜାତା ବିଜେଡିକୁ ନ ଆସିଲେ ବେଶୀ କିଛି ଫରକ୍ ପଡ଼ିବ ନାହିଁ କିମ୍ବା ତାଙ୍କୁ ବିରୋଧ କଲେ କାର୍ଯ୍ୟାନୁଷ୍ଠାନର ଭୟ ବି ନାହିଁ । ତେଣୁ ସୁଜାତାଙ୍କୁ ବିରୋଧ କରିବା ନେଇ ସ୍ଵର ସ୍ଵାଭାବିକ ବୋଲି ରାଜନୀତି ସମୀକ୍ଷକଙ୍କ ମତ।







