ଭୁବନେଶ୍ବର: ବିଜେଡିରୁ ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼ ନିଲମ୍ବନ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଅରବିନ୍ଦ ମହାପାତ୍ର ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାୟକ ସନାତନ ମହାକୁ଼ଡ଼ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାୟକ । ହଠାତ ଦୁଇ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପଛର କାରଣ କଣ ଜାଣିବାକୁ ଚାରିଆଡ଼େ ଉତ୍ସୁକତା । କାହିଁକି ହେଲା କାର୍ଯ୍ୟାନୁଷ୍ଠାନ, ନିଲମ୍ବନ ପଛର କାରଣ କଣ । ଦୁଇ ଦୁଇ ବିଧାୟକଙ୍କୁ ନିଲମ୍ବନ ପରେ ରାଜ୍ୟ ରାଜନୀଚି ଉଷ୍ମ । ସମସ୍ତେ କାରଣ ଖୋଜିବାରେ ବ୍ୟସ୍ତ । କାହିଁକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ତାକୁ ନେଇ ଚାଲିଛି ପୋଷ୍ଟମର୍ଟମ ।
ଏମିତି ଦେଖିବାକୁ ଗଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ କୁ ନେଇ ଭିନ୍ନ ମତ ଆସିଥିଲେ ହେଁ ମହାକୁଡ଼ଙ୍କ କାର୍ଯ୍ୟକଳାର ସ୍ପଷ୍ଟ ହୋଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ଦଳ ବିରୋଧରେ ଗଲା ଭଳି ବୟାନ ଦେଇ ଚର୍ଚ୍ଚା ଅଛନ୍ତି ସନା ମହାକୁଡ଼ । ତେହେ ବିଜୟ ନନ୍ଦନ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ କାହିଁକି ନିଲମ୍ବନ କରାଗଲା ତାହା ସହଜରେ ହଜମ ହେଉନି । ଅରବିନ୍ଦଙ୍କ ସସପେଣ୍ଡଙ୍କୁ ନେଇ ସସପେନ୍ସ ଜାରି ରହିଛି । ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ରଙ୍କ ବିଜେଡି ସୁପ୍ରିମୋ ନବୀନଙ୍କ ସହ ସଂପର୍କ କାହାକୁ ଅଛପା ନାହିଁ। ତେବେ ସବୁ ଭୁଲି ୨୦୨୪ ନିର୍ବାଚନରେ ଅରବିନ୍ଦଙ୍କୁ ପାଟକୁରାରେ ପ୍ରାର୍ଥୀ କରିଥିଲା ବିଜେଡି । ବାପାଙ୍କ ପୁରୁଣା ଫିଲଡ଼ ଓ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ଅରବିନ୍ଦ ।ଏବେ ଏମିତି କଣ ଘଟିଲା ଯେ ଅରବିନ୍ଦଙ୍କୁ ବିଜେଡ଼ିରୁ ସସପେଣ୍ଡ କରିବାକୁ ବାଧ୍ୟ ହେଲେ ନବୀନ । ଦଳ ପକ୍ଷରୁ ଜାରି ହୋଇଥିଲେ ରିଲଜରେ କୁହାଯାଇଛି ନିଲମ୍ବନ ପଛରେ ଦୁର୍ନୀତି ଓ ବିଶ୍ବାସଘାତକତା ।
ଚର୍ଚା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରୁ ନଥିଲେ ଅରବିନ୍ଦ । ଅନ୍ୟ ଦଳର ନେତାଙ୍କ ସହ ଯୋଗାଯୋଗରେ ଥିଲେ ଏମିତି ବିଭିନ୍ନ ସ୍ଥାନରେ ବୈଠକ କରୁଥିଲେ । ଏମିତିକି ନିଜ ଦଳରେ ନେତାଙ୍କ ବିରୋଧରେ ବିଷୋଦଗାର କରୁଥିବା ଜିଲ୍ଲା ଦଳୀୟ ନେତାଙ୍କ ମଧ୍ୟରେ ଆଲୋଚନା ହେଉଛି । ତେବେ ଗତ କିଛି ଦିନ ହେଲା ରାଜ୍ୟ ରାଜନୀତିରେ ନୂଆ ଦଳକୁ ନେଇ ଯେଉଁ ଚର୍ଚା ହେଉଛି ସେଥିରେ କୁଆଡେ ବିଜୟ ମହାପାତ୍ରଙ୍କ ପ୍ରମୁଖ ଭୂମିକ ରହିଥିବା ସୋସିଆଲ ମିଡିଆଠୁ ଆରମ୍ଭ କରି ରାଜନୀତି ବିଶାରଦଙ୍କ ମଧ୍ୟରେ ଆଲୋଚନା ହେଉଛଇ ।ଏହାର ପରିଣାମ ସ୍ବରୁପ ଅରବିନ୍ଦଙ୍କ ଉପରେ ବିଜେଡିର ରୋଷ ପଡ଼ିଛି । ତେବେ ବିଜୟ ନନ୍ଦନଙ୍କ କାର୍ଯ୍ୟକଳାପକୁ ମନିଟରିଂ କରୁଥିବା ବିଜେଡି ଅରବିନ୍ଦଙ୍କୁ ଭରସାକୁ ନେଉ ନଥିଲା । ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଏମାନଙ୍କ ଉପରେ ବିଜେଡି ସୁପ୍ରିମୋ ଭରସା କରୁନଥିବା ବରିଷ୍ଠ ରାଜନୀତି ସମୀକ୍ଷକ କହିଛନ୍ତି । ଏମିତିକି ମାତ୍ର ଏଇ ଦୁଇ ବର୍ଷ ଭିତରେ ଅରବିନ୍ଦଙ୍କ ବିଭିନ୍ନ ମନ୍ତବ୍ୟ ବିଜେଡି ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି ।
ବିଧାନସଭା ଭିତରେ ହେଉ କି ବାହାରେ ନାନା ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ସୁପ୍ରିମୋ ଖପ୍ପା ଥିବା କୁହାଯାଉଛି । ସବୁଠୁ ବଡ଼ କଥା ହେଲା ଜିଲ୍ଲାର ସବୁ ନେତା ଅରବିନ୍ଦଙ୍କ ବିରୋଧରେ ସୁପ୍ରିମୋଙ୍କୁ ରିପୋର୍ଟ ଦେଇଛନ୍ତି ଏଥିରେ ଜିଲ୍ଲାର ଜଣେ ପୂର୍ବତନ ବିଧାୟକ ତଥା ପାଟକୁରା ଛାଡ଼ି ମହାକାଳପଡ଼ା ଯାଇଥିବା ନେତାଙ୍କ ପ୍ରଚ୍ଛନ୍ନ ହାତ ଥିବା ଜିଲ୍ଲାର ରାଜନୀତି ସମୀକ୍ଷକ କହିଛନ୍ତି । ଜିଲ୍ଲାର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ କୌଣସି ପରିସ୍ଥିତିରେ ବିଜେଡି ସୁପ୍ରିମୋ ଦୁର୍ନୀତି ଓ ବିଶ୍ବାସଘାତକଙ୍କୁ ପ୍ରଶୟ ଦେବେ ନାହିଁ । ସୁପ୍ରିମୋଙ୍କ ପାଖରେ ଦଳ ବିରୋଧୀ କାମର ତଥ୍ୟ ଓ ପ୍ରମାଣ ରହିଛି । ଦଳବିରୋଧୀ କାମ ପାଇଁ ଦଳରୁ ନିଲମ୍ବ କରାଯାଇଛି । ବିଜେଡିର ପ୍ରେସ ରିଲିଜ ଓ ନେତାଙ୍କ ନାନା କଥାକୁ ନେଇ ଚର୍ଚା ଜୋର । ରାଜନୀତି ସମୀକ୍ଷକଙ୍କ ମତ ପୂର୍ବରୁ ନବୀନ ଯେଉଁମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିଲେ ବେଇମାନ, ଜନ ବିରୋଧୀ ଶଦ୍ଦ ଉପରେ ଫୋକସ କରୁଥିଲେ । ଦଳ ଅପେକ୍ଷା ଜନକୁ ଅଧିକ ଗୁରୁତ୍ବ ଦେଉଥିଲେ । ଏବେ ଦଳ ବିରୋଧୀ ପାଇଁ କାର୍ଯ୍ୟାନୁଷ୍ଠାନ । ଯାହା ଜଣାପଡୁଛି ୨୦୨୪ ନିର୍ବାଚନ ପରାଜୟ ପରେ ଦଳ ସ୍ଥିତିକୁ ନେଇ ଚିନ୍ତାରେ ଅଛନ୍ତି ନବୀନ ତେବେ ଦୁଇ ବିଧାୟକଙ୍କ ନିଲମ୍ବନକୁ ନେଇ ରାଜ୍ୟରାଜନୀତି ଏବେ ସରଗରମ ହୋଇଛି ।







