କେନ୍ଦୁଝର: ନୂଆ ସରକାର ଆସିଲା ପରେ ବିଜେଡ଼ିକୁ ନେଇ ପ୍ରତିଦିନ ନୂଆ ନୂଆ ସମୀକରଣ ପଦାକୁ ଆସୁଥିବାବେଳେ କେନ୍ଦୁଝରରେ ରାଜନୀତି ସମୀକରଣ ବଦଳିବାରେ ଲାଗୁଛି। ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳବନିଲମ୍ବନ୍ କଲା ପରେ ବିଜେଡ଼ି ବଡ ଅସୁବିଧାରେ ପଡି ଥିବା ଜିଲ୍ଲାରେ ଚର୍ଚ୍ଚା। କେନ୍ଦୁଝର ଜିଲ୍ଲାରେ ବିଜେଡ଼ି ପାଇଁ ଅଭଳି ସ୍ଥିତି ସୃଷ୍ଟି ହୋଇଛି ଦଳ କାହାକୁ ଭରସାକୁ ନେବ ସେଇ ଚିନ୍ତା ଘାରିଛି ସୁପ୍ରିମୋଙ୍କୁ । ସେଥିପାଇଁ କାଳେ ଜିଲ୍ଲାର ନେତା କର୍ମୀଙ୍କୁ ଡାକି ଭୁବନେଶ୍ୱରରେ ଚାଲିଛି ମାନସ ମନ୍ଥନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା ଓ ରାଜ୍ୟସରକାରଙ୍କ ଫୋକସରେ ଥିବା କେନ୍ଦୁଝର ଜିଲ୍ଲା ପାଇଁ ମାଷ୍ଟର ପ୍ଲାନ କରାଯାଉଛି । ଏପରି ସ୍ଥଳେ ବିଜେଡ଼ି କେମିତି ଗଡ ରଖିବ ଚିନ୍ତାରେ ପଡ଼ିଛି । ଗୋଟିଏ ପଟେ କୋଟରୀ ରିପୋର୍ଟ ଆଧାରରେ ସିନା ସନାଙ୍କୁ ନିଲମ୍ବନ କରାଗଲା ଏବେ ନେତାଙ୍କୁ ଚିନ୍ତା କିଏ ଧରିବ ମଙ୍ଗ।
ଏଥିପାଇଁ ଜିଲ୍ଲାର ପୁରୁଖା ନେତା ବଦ୍ରି ନାରାୟଣ ପାତ୍ରଙ୍କ ଉପରେ ପୁଣି ଭରସା କରଯାଉଥିବା ଜିଲ୍ଲା କେନ୍ଦୁଝର ବିଜେଡ଼ି ମହଲରୁ ପ୍ରକାଶ । ତେବେ ଦଳ ବିରୋଧରେ ମନ୍ତବ୍ୟ ପାଇଁ ବଦ୍ରି ଚର୍ଚ୍ଚା ଓ ଟାର୍ଗେଟରେ ଥିବା ବେଳେ ପୁଣି ଦଳ କେମିତି ତାଙ୍କୁ ଭରସାକୁ ନେବ ବୋଲି ପ୍ରଶ୍ନ ଉଠିଛି । ରାଜନୀତି ସମୀକ୍ଷକଙ୍କ କହିବା କଥା ଅନୁସାରେ ନେତାଙ୍କୁ ବ୍ୟବହାର କରୁଥିବା ବିଜେଡ଼ି ଏବେ ସ୍ଥିତି ରଖିବା ଚିନ୍ତାରେ । ୨୦୨୪ ନିର୍ବାଚନ ପୂର୍ବରୁ ଅଘୋଷିତ ଭାବେ ଜିଲ୍ଲାରେ ବିଜେଡ଼ି ରାଜା ଚକ୍ରଙ୍କୁ ଦାୟିତ୍ୱ ଦେଇଥିଲା । ରାଜାଙ୍କ ନିର୍ଦ୍ଦେଶରେ ଦଳ ଚାଲୁଥିଲା । ଏମିତିକି ବଦ୍ରୀଙ୍କୁ କେବଳ ତାଙ୍କ ନିର୍ବାଚନ ମଣ୍ଡଳୀରେ ସୀମିତ ରହିବାକୁ କୁହାଯାଇଥିଲା ବୋଲି ଖୋଦ୍ ବଦ୍ରି କର୍ମୀଙ୍କୁ ଖୋଲା ମଞ୍ଚରେ କହିଛନ୍ତି । ଖଣି ଓ ପରିବହନ ଦୁର୍ନୀତିରେ ରାଜା ଏବେ ଜେଲ ରେ ଅଛନ୍ତି। ଜେଲରୁ ଫେରିଲା ପରେ ସେ ଆଉ ସଂଗଠନ ସଜାଡିବାକୁ ସକ୍ଷମ ହୋଇ ନ ପାରନ୍ତି ବୋଲି ବିଜେଡ଼ି ଓ ସୁପ୍ରିମୋ ଏ କଥା ଜାଣି ସାରିଲେଣି । ସେଥିପାଇଁ ରାଜା ଜେଲରୁ ବାହାରିବା ପୂର୍ବରୁ ବଦ୍ରିଙ୍କୁ ଦାୟିତ୍ୱ ଦେଇ ସଂଗଠନ ମଜଭୁତ କରିବାକୁ ଚାହୁଁଛନ୍ତି ଶୀର୍ଷ ନେତୃତ୍ଵ ।
ଜିଲ୍ଲାର ଧନୀ ବିଧାୟକ ସନା ମହାକୁଡ ନିଲମ୍ବନ ପରେ ଚମ୍ପୁଆରେ ସନାଙ୍କୁ ଚେକ୍ ଦେବାକୁ ବଦ୍ରୀଙ୍କୁ ନେଇ ପ୍ଲାନ୍ କରୁଛି ବିଜେଡ଼ି । ସେପଟେ କେନ୍ଦୁଝର ରାଜନୀତିରେ ଦୀର୍ଘ ବର୍ଷ ଧରି ପତିଆରା ଜାହିର କରିଥିବା ପଟ୍ଟନାୟକ ପରିବାରକୁ ଚେକ୍ ଦେବାକୁ ବଦ୍ରି ବେଷ୍ଟ ବୋଲି ଅନୁଭବ କଲାଣି ଦଳ। କେନ୍ଦୁଝର ପାଇଁ ମେଗା ଷ୍ଟିଲ ପ୍ଲାଣ୍ଟ, ବିକାଶକୁ ଫୋକସ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତୁଫାନି ଗସ୍ତ ବେଶ ପ୍ରଭାବ ପକାଉଛି। ଏମିତି କି ବଦ୍ରି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାର ବିକାଶ ପାଇଁ ପ୍ରଶଂସା କରିଛନ୍ତି ବଦ୍ରି । ଏଥିପାଇଁ ବଦ୍ରିଙ୍କୁ ରୋଷର୍ ଶିକାର ହେବାକୁ ପଡ଼ିଛି । ଏ ସବୁ ପରେବି ଜିଲ୍ଲାରେ ପୁରୁଖା ଓ ଅଭିଜ୍ଞ ନେତା ହିସାବରେ ବଦ୍ରିଙ୍କୁ ନେଇ ଗଡ ସଜାଡିବାକୁ ଦଳୀୟ ନେତୃତ୍ଵ ପ୍ରସ୍ତୁତ ହେଉଥିବା ରାଜନୀତି ବିଶାରଦ କହୁଛନ୍ତି । ବଦ୍ରିଙ୍କୁ ଦଳୀୟ ସୁପ୍ରିମୋ ଡାକି କଥା ହେବା ଘଟଣା ଚର୍ଚ୍ଚାକୁ ବହୁଗୁଣିତ କରୁଛି ବୋଲି ବରିଷ୍ଠ ସାମ୍ବାଦିକଙ୍କ ମହଲରେ ଆଲୋଚନା ହେଉଛି ।







