ରାଜ୍ୟସଭା ନିର୍ବାଚନ, ଚତୁର୍ଥ ଆସନକୁ ନେଇ ଚର୍ଚ୍ଚା

ରାଜ୍ୟସଭା ନିର୍ବାଚନ, ଚତୁର୍ଥ ଆସନକୁ ନେଇ ଚର୍ଚ୍ଚା

ଭୁବନେଶ୍ବର: ଚାରିଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ପ୍ରାର୍ଥୀ ନେଇ ଆରମ୍ଭ ହୋଇଛି ବିଚାରବିମର୍ଶ। ଏପ୍ରିଲରେ ଦୁଇ ବିଜେପି ସାଂସଦ ମମତା ମହନ୍ତ , ସୁଜିତ କୁମାର, ଦୁଇ ବିଜେଡି ସାଂସଦ ମୁନ୍ନା ଖାଁ, ନିରଂଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ବିଜେପି ୨ ଜଣଙ୍କୁ, ବିଜେଡି ଜଣଙ୍କୁ ରାଜ୍ୟସଭା ପଠାଇବ.। ବିଜେପିରୁ ରେସରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବସନ୍ତ ପଣ୍ଡା, ବସନ୍ତଙ୍କ ପୁଅ ଅଭିନନ୍ଦନ, ଗୋଲକ ମହାପାତ୍ର, ସମୀର ମହାନ୍ତିଙ୍କ ନାଁ ରେସ ରେ ଥିବା ସମେତ ପଶ୍ଚିମ ଓଡ଼ିଶାରୁ ଜଣଙ୍କୁ ପଠାଇବା ନେଇ ଆଲୋଚନା ଚାଲିଛି। ବିଜେଡି ର ଗୋଟିଏ ଆସନ ପାଇଁ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସନ୍ତୃପ୍ତ ମିଶ୍ରଙ୍କ ନାଁ କୁ ନେଇ ଚର୍ଚ୍ଚା। ,ସଂତୃପ୍ତ ନବୀନଙ୍କ ରାଜନୈତିକ ପରାମର୍ଶଦାତା ଅଛନ୍ତି.। ତେବେ ଚତୁର୍ଥ ଆସନ ପାଇଁ ଶାସକ ଓ ବିରୋଧି ସମର୍ଥନରେ ଜଣେ ରାଜ୍ୟସଭାକୁ ଯିବେ। ତେବେ ଏହି ରେସ ରେ ଏବେ କଂଗ୍ରେସ ଆଗକୁ ଆସିଛି ।ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ହାର ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ। ଆବଶ୍ୟକ ସଂଖ୍ୟା ନଥିବା ସତ୍ତ୍ୱେ ଦଳ ତିନି ଚାରିଜଣଙ୍କ ନାଁ ସ୍ଥିର କରିଛି । ଏନେଇ ଦଳ ହାଇକମାଣ୍ଡଙ୍କ ସହ ଆଲୋଚନା କରାଯିବ। ଗଣିତ ଯାହା ହେଉନା କାହିଁକି କଂଗ୍ରେସ ଲଢ଼ିବା ନିଶ୍ଚିତ ବୋଲି ଭକ୍ତ ଦାସ କହିଛନ୍ତି। ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories