କନ୍ଧମାଳ: ପୁଣି ଛାତ୍ରଙ୍କୁ ମାଡ଼ । ଶିକ୍ଷୟିତ୍ରୀ ମାଡ଼ରେ ତୃତୀୟ ଶ୍ରେଣୀ ଛାତ୍ର ଆହତ, ମେଡିକାଲରେ ଭର୍ତ୍ତି ଏମିତି ଏକ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକରେ ପଦାକୁ ଆସିଛି । ଦାରିଙ୍ଗିବାଡ଼ି ବ୍ଲକ ସିମନବାଡ଼ିର ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀଙ୍କ ମାଡ଼ରେ ତୃତୀୟ ଶ୍ରେଣୀ ଛାତ୍ର ଆହତ ହେବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂଚନା ଅନୁସାରେ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ସ୍ଥିତ ଘରୋଇ ପାଦ୍ରେପିଓ ସ୍କୁଲରେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଥିଲେ ଶିକ୍ଷୟତ୍ରୀ । ଆହତ ଛାତ୍ର ଜଣ ହେଉଛନ୍ତି ସିମନବାଡ଼ି ବ୍ଲକ କାରିପାଙ୍ଗା ଗାଁର ଅମରେନ୍ଦ୍ର ପ୍ରଧାନଙ୍କ ପୁଅ ପ୍ରିନ୍ସ. ସୋମବାର ଏଭଳି ଘଟଣା ପଦାକୁ ଆସିଛି । ସୂଚନା ମୁତାବକ ପ୍ରିନ୍ସ ସ୍କୁଲକୁ ଗଣିତ ନୋଟ ନେଇନଥିବାରୁ ଶିକ୍ଷୟିତ୍ରୀ ଜଣକ ରାଗି ଯାଇଥିଲେ । କପି ଚେକ ବେଳେ ଗଣିତ କପି ଆଣିନଥିବା ନେଇ ପ୍ରିନ୍ସକୁ ପଚାରିବା ସହ ମାଡ଼ ମାରିଥିଲେ ।
ଏମିତିକି ଶିକ୍ଷିୟିତ୍ରୀ ଜଣକ ଏ ବାଉଁଶ ବାଡ଼ିରେ ପ୍ରିନ୍ସକୁ ପିଟିଥିଲେ ଛାତ୍ରର ଦୁଇ ହାତ ଓ ପିଠିକୁ ମାଡ଼ ମାରିବାକୁ ଗଭୀର ଆଘାତ ଲାଗିଛି । ମାଡ ମାରିବା ସମ୍ପର୍କରେ କାହାକୁ କିଛି ନକହିବାକୁ ଶିକ୍ଷୟିତ୍ରୀ ଜଣକ ଛାତ୍ରଙ୍କୁ ଧମକାଇଥିଲେ, ତେବେ ପିଲାଟି ଘରକୁ ଫେରିବା ପରେ ତା ଦେହରେ ମାଡ଼ ଚିହ୍ନ ଥିବା ଲକ୍ଷ୍ୟ କରିଥିଲେ ଜେଜେମା । ଘଟଣାସମ୍ପର୍କରେ ପଚରାଉଚରା କରିବାରୁ ପ୍ରିନ୍ସ ସବୁ କଥା କହିଥିଲେ । ପରେ ଜେଜେ ମା ଘଟଣା ସମ୍ପର୍କରେ ଘରେ କହିବା ପରେ ଛାତ୍ରକୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଜଣାପଡ଼ିଛି । ଛାତ୍ରଙ୍କ ବାପାମାଆଙ୍କୁ ବିଭିନ୍ନ ପ୍ରତିଶ୍ରୁତି ନେଇ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଉଥିବା ଆଲୋଚନା ହେଉଛି ।
Author: Hindustan Tales Odisha
Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.







