ବିଜେଡି ଶୂନ୍ୟ ହୋଇଯିବ ବାଲେଶ୍ବର, ଏକାଠି ହୋଇଛନ୍ତି ଗୃହଶତ୍ରୁ ଓ ଅସନ୍ତୁଷ୍ଟ !

ବିଜେଡି ଶୂନ୍ୟ ହୋଇଯିବ ବାଲେଶ୍ବର, ଏକାଠି ହୋଇଛନ୍ତି ଗୃହଶତ୍ରୁ ଓ ଅସନ୍ତୁଷ୍ଟ !

ବାଲେଶ୍ୱର: ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ବ୍ୟାପିଛି ବିଜେଡିର ଅନ୍ତଃକନ୍ଦଳ । ଦଳ ଛାଡୁଛନ୍ତି ନେତା । ଦୀର୍ଘଦିନ ଧରି ବାଲେଶ୍ବର ଜିଲ୍ଲା ରାଜନୀତିକୁ ନେଇ ନେଇ ଯେଉଁ ଆଲୋଚନା ହେଉଥିଲା ବୁଧବାର ପୂର୍ବତନ ସାଂସଦ ବିଜେପିରେ ମିଶିଲା ପରେ ଏହା ଆଲୋଚନାକୁ ଉଷ୍ମ କରିଛି । ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି ଶ୍ରୀ ଜେନା । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ଲେଖିଥିବା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ । ହେଲେ ଇସ୍ତଫା ଦେବାର ୨୪ଘଣ୍ଟା ନ ପୁରୁଣୁ ବିଜେପିରେ ସାମିଲ ହୋଇ ଯାହା କହିଛନ୍ତି ରାଜ୍ୟ ରାଜନୀତିରେ ଚର୍ଚାର ପ୍ରସଙ୍ଗ ପାଲଟିଛି । ଶ୍ରୀ ଜେନା ସିଧାସଳଖ ଦଳର ଅସନ୍ତୋଷ ଓ ନେତାଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏମିତିକି ବିଜେଡିର ଉତ୍ତରାଧିକାରୀ ପ୍ରସଙ୍ଗରେ ମୁହଁ ଖୋଲି ରାଜନୀତିରେ ବିସ୍ଫୋରଣ କରିଛନ୍ତି । ରାଜନୈତିକ ସମୀକ୍ଷକଙ୍କ  କହିବା ଅନୁସାରେ ଦୀର୍ଘ ଦିନର ଦଳୀୟ ଅନୁଶାସନରେ ଅସନ୍ତୁଷ୍ଟ ଥିଲେ ରବୀନ୍ଦ୍ର । ଏମିତିକି ୨୦୨୪ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ କ୍ଷୁବ୍ଧ ଥିଲେ । ବାଲେଶ୍ବର ସମେତ ଉତ୍ତର ଓଡ଼ିଶାରେ ଦଳୀୟ ପ୍ଲାନ ଓ ଦଳ ପାଇଁ ଆର୍ଥିକ କାରବାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶ୍ରୀ ଜେନାଙ୍କ  ଦଳ ଛାଡ଼ିବା ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ନେତୃତ୍ବ |

କେବଳ ଶ୍ରୀ ଜେନା ନୁହନ୍ତି ।  ବୁଧବାର ଶ୍ରୀ ଜେନା ଦଳ ଛାଡ଼ିବାର ମାତ୍ର କେଇ ଘଣ୍ଟା ଭିତରେ ,ବିଜେଡ଼ି ଛାତ୍ର ସଭାପତି ସୀମନ ଦାସ ମହାପାତ୍ର ଛାଡିଛନ୍ତି ଦଳ । ସେହିପରି ଗତ କିଛି ଦିନ ତଳେ ବାଲେଶ୍ବର ସଦର ବ୍ଲକ ଅଧକ୍ଷ୍ୟା ସୁନୀତା ବେହେରା, ବସ୍ତା ବ୍ଲକ ଅଧକ୍ଷା ଅଞ୍ଜଳୀ ମଧ୍ୟ ଦଳ ଛାଡ଼ିଛନ୍ତି । ଅନ୍ୟପଟେ ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ଯାଉଥିବା ବଡ଼ସାହି ବ୍ଲକ ଅଧ୍ୟକ୍ଷ ମଧ୍ୟ ଦଳ ଛାଡ଼ିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ସ୍ବର୍ଗତଃ ଅନନ୍ତ ଦାସଙ୍କ ପୁଅ ଏବେ ବିଜେପି ମୁହାଁ । ଏସବୁକୁ ନେଇ ବିଜେଡ଼ି ନେତା ଚିନ୍ତାରେ ପଡ଼ିଛନ୍ତି । ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଚର୍ଚା । ବଧୂ ନିର୍ଯାତନାକୁ ନେଇ ରାଜନୈତିକ କ୍ୟାରିଅରରେ  କଳଙ୍କ ଲାଗିଥିବା  ଶ୍ରୀ ମହାନ୍ତି ବିଜେପିରେ ମିଶିଛନ୍ତି । ଯଦିଓ ବସ୍ତା ଆସନରୁ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା ବିଧାୟିକା ଅଛନ୍ତି ତେବେ ଗ୍ରାଉଣ୍ଡରୁ କର୍ମୀ ବିଜେପିରେ ମିଶିବା ଆଲୋଚନାର ପ୍ରସଙ୍ଗ ପାଲଟିଛି |

ଦଳ ଛାଡ଼ିବା ପଛରେ ବିଜେଡ଼ିର ଜଣେ  ପୂର୍ବତନ ମନ୍ତୀଙ୍କ ହାତ ଥିବା ଚର୍ଚା ହେଉଛି । ଜଳେଶ୍ବରର ଏହି ଟାଣୁଆ ନେତା ଶ୍ରୀ ଜେନାଙ୍କ ଅତି ଘନିଷ୍ଠ ବୋଲି ଚର୍ଚା ହେଉଛି । ବାଲେଶ୍ବର ଜିଲ୍ଲା ବିଜେଡିରେ ଅସନ୍ତୁଷ୍ଟଙ୍କ ଅପେକ୍ଷା ଗୃହଶତ୍ରୁଙ୍କୁ ନେଇ ଚିନ୍ତାରେ  ବିଜେଡି ନେତୃତ୍ବ । ସେପଟେ ଜିଲ୍ଲାରେ ଏବେ ଆଗ୍ରେସିଭ ମୋଡରେ ଦଳକୁ ମଜଭୁତ ପାଇଁ  ଗୌତମବୁଦ୍ଧ ଦାସ, ଅଶ୍ବିନୀ ପାତ୍ର, ସ୍ବରୁପ ଦାସ, ଜ୍ୟାତି ପାଣିଗ୍ରାହୀଙ୍କ ପରି ନେତା ଉଦ୍ୟମ ଚଳାଇଛନ୍ତି । ହେଲେ ଗୃହଶତ୍ରୁଙ୍କ ମୁକାବିଲା ଦିଗରେ କେତେ ସଫଳ ହେଉଛନ୍ତି ତାକୁ ନେଇ ବାଲେଶ୍ବରରୁ ଭୁବନେଶ୍ବର ସବୁଠି ଚର୍ଚା ।

ଭଦ୍ରକରେ ହଲଚଲ ପରେ ଏବେ ବିଜେପି ନେତାଙ୍କ ଆଖି ବାଲେଶ୍ବର ଉପରେ । ଗୋଟିଏ ପରେ ଗୋଟିଏ ଜିଲ୍ଲା ଦଖଲ କରି ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଦ୍ମ ଶିବିରରେ ଚାଲିଛି ପ୍ଲାନ । ବିଜେପିକୁ ମାତ ଦେଇ ବିଜେଡିକୁ ସଂଗଠିତ ଓ ମଜଭୁତ ରଖିବାକୁ ହେଲେ ନବୀନ ମାଷ୍ଟର ପ୍ଲାନ ଦରକାର ବୋଲି ରାଜନୀତି ସମୀକ୍ଷକ ଓ  ବରିଷ୍ଠ ସାମ୍ବାଦିକ କହିଛନ୍ତି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories