ଭୁବନେଶ୍ବର: ନୂଆ NAC ଓ ପୌରପାଳିକାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ। ୧୮ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗର ଚିଠି । ରାଜ୍ୟର ନୂଆ ଗଠିତ NAC ଓ ପୌରପାଳିକାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାକୁ ସମୟମଧ୍ୟରେ ସାରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୮ ଜିଲ୍ଲାପାଳଙ୍କୁ ଚିଠି ଜାରି କରାଯାଇଛି । ସୂଚନା ଅନୁଯାୟୀ, ରାଜ୍ୟର ନୂଆ ୨୮ଟି NAC ଓ ୭ଟି ପୌରପାଳିକାରେ ନିର୍ବାଚନ କରାଯିବ । ଏହା ପାଇଁ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ (ଆରକ୍ଷଣ) ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ନଗର ଉନ୍ନୟନ ବିଭାଗ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛି । ତାଲିକା ଅନୁଯାୟୀ, ମାର୍ଚ୍ଚ ୧୨ରୁ ୨୧ ତାରିଖ ମଧ୍ୟରେ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରାଯିବ । ମାର୍ଚ୍ଚ ୨୬ ତାରିଖରେ ଏହି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୧୩ ସୁଦ୍ଧା ଆପତ୍ତି କରିବାର ସୁଯୋଗ ଦିଆଯିବ ।
ମାର୍ଚ୍ଚ ୧୬ରୁ ୨୮ ତାରିଖ ମଧ୍ୟରେ ଅଭିଯୋଗ ଶୁଣାଣି କରାଯିବ । ସବୁ ପ୍ରକ୍ରିୟା ଶେଷ ପରେ ମାର୍ଚ୍ଚ ୩୧ରେ ଜିଲ୍ଲାପାଳଙ୍କ ପକ୍ଷରୁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପରେ ନୂଆ NAC ଓ ପୌରପାଳିକାରେ ନିର୍ବାଚନ ପାଇଁ ପଥ ପରିଷ୍କାର ହେବ । ସୂଚନା ଅନୁଯାୟୀ, ନୂଆ ୨୮ଟି NAC ଓ ୭ଟି ପୌରପାଳିକାରେ ନିର୍ବାଚନ ହେବ । ଏଥି ପାଇଁ ସୀମା ପୁନଃନିର୍ଦ୍ଧାରଣ ଓ ୱାର୍ଡ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଗର ଉନ୍ନୟନ ବିଭାଗ ଜାରି କରିଥିବା ଚିଠି ଅନୁଯାୟୀ, ମାର୍ଚ୍ଚ ୧୨ରୁ ୨୧ ତାରିଖ ମଧ୍ୟରେ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରାଯିବ । ସମସ୍ତ ପ୍ରକ୍ରିୟା ସମାପ୍ତ ପରେ ମାର୍ଚ୍ଚ ୩୧ ତାରିଖରେ ସମ୍ବନ୍ଧିତ ଜିଲ୍ଲାପାଳଙ୍କ ପକ୍ଷରୁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ନୂଆ NAC ଓ ପୌରପାଳିକାରେ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ଜଣାପଡ଼ିଛି ।







