ଗତ କିଛି ଦିନ ହେଲା ପିସିସି ସଭାପତି ଭକ୍ତ ଦାସଙ୍କ ବିଭୀଷଣ ଉପାଖ୍ୟାନ କୁ ନେଇ ରାଜ୍ୟ କଂଗ୍ରେସ ଓ ରାଜ୍ୟ ରାଜନିତି ସରଗରମ ହେଉଥିବାବେଳେ କଂଗ୍ରେସରେ ରାବଣ କିଏ ତାକୁ ନେଇ ବେଶ ଆଲୋଡନ ସୃଷ୍ଟି ହୋଇଛି। ଖୋଦ ମୁଖିଆଙ୍କ ଗୃହ ଶତ୍ରୁ ବିଭୀଷଣ ଶବ୍ଦକୁ ନେଇ ଅଡ଼ୁଆ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଭକ୍ତ । ଆଲୋଚନା, ସମାଲୋଚନା ପରେ ଭକ୍ତଙ୍କୁ ବିରୋଧ କରି କିଛି ଯୁବ ନେତା ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଅଭିଯୋଗ କରିବାକୁ ସଜବାଜ ହେଉଥିବା ସୂତ୍ରରୁ ପ୍ରକାଶ । ମୋକିମଙ୍କ ଚିଠିକୁ ନେଇ କିଛି ନେତା ସାମ୍ନାକୁ ଆସି ପ୍ରତିକ୍ରିୟା ଦେଇଥିବାବେଳେ ଆଉ କିଛି ମାପିଚୂପି କହୁଛନ୍ତି । ୟା ଭିତରେ ପିସିସିର ପୂର୍ବତନ ମୁଖପାତ୍ର ମୁଖିଆଙ୍କ ବୟାନ ଠିକ୍ ନୁହେଁ ବୋଲି ସିଧାସିଧା କହିଛନ୍ତି । ଅଭିଜ୍ଞ, ମୁଖିଆ ହିସାବରେ ଯେଉଁଭଳି ଭାବେ ବିଭୀଷଣ କଥା କହିଛନ୍ତି ତାହା ସର୍ବସାଧାରଣରେ ଗ୍ରହଣୀୟ ନୁହେଁ । ପରାଜୟର ପୋଷ୍ଟମର୍ଟମ ପରିବର୍ତ୍ତେ କାଦୁଅ ଫିଙ୍ଗା ଓ ଦୋଷ ଛଡ଼ାଇବା ପାଇଁ ଉଦ୍ୟମ ଦଳର ଛବି ଉପରେ ଆଞ୍ଚ ଆଣିବା ସହ କନ୍ଦଳ ପଦାରେ ପଡ଼ିବ ବୋଲି କହିଛନ୍ତି।
ବିଭୀଷଣ ସତ୍ୟରେ ଥିଲେ। ରାବଣ କୁ ଖୋଜାଯାଉ । ବରିଷ୍ଠଙ୍କ ପରେ ଏବେ ଯୁବା ନେତା ବି ଭକ୍ତଙ୍କ ବୟାନ କୁ ବିରୋଧ କରିଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ କଂଗ୍ରେସ ପାଇଁ ଲଢେଇ କରୁଥିବା ପିସିସି ସଭାପତିଙ୍କ ବିଭୀଷଣ ମନ୍ତବ୍ୟ ଠିକ୍ ନୁହେଁ । ଏଭଳି ମନ୍ତବ୍ୟ ଦେବା ପିସିସି ସଭାପତିଙ୍କ ପାଇଁ ଶୋଭନିୟ ନୁହେଁ ବୋଲି କିଛି ଯୁବ ନେତା କହିଛନ୍ତି ।
ଯଦି ଭକ୍ତ ଦାସ ବିଭୀଷଣ କଥା କହିଛନ୍ତି, ତେବେ ଦଳରେ ରାବଣ କିଏ ସ୍ପଷ୍ଟ କରନ୍ତୁ ବୋଲି ଯୁକ୍ତି ବାଢ଼ିଛନ୍ତି । ଯଦିଓ ଦଳୀୟ ନିୟମ ଠାରୁ ଟିକେ ପଦାକୁ ଆସି ସ୍ଵାଧୀନ ମତବ୍ୟକ୍ତ କରିଛନ୍ତି ପ୍ରାୟ 70 ପ୍ରତିଶତରୁ ଅଧିକ ନେତା ଏମିତି ମନ୍ତବ୍ୟକୁ ବିରୋଧ କରିଛନ୍ତି । ଯଦି ବିଶୃଙ୍ଖଳା ଆଧାରରେ ସଭାପତି କାର୍ଯ୍ୟାନୁଷ୍ଠାନ ନେବେ କେତେଜଣଙ୍କୁ ନିଲମ୍ବନ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏହା ଭକ୍ତଙ୍କ ଏକ ଚାଟିଆ ନିଷ୍ପତି, ଡରାଇବା କଂଗ୍ରେସ ସଂସ୍କୃତି ନୁହେଁ.l ସମସ୍ତଙ୍କ ମତାମତ ନେଇ ଏ ଦିଗରେ ପିସିସି ସଭାପତି ପୁନର୍ବିଚାର କରିବାର ଆବଶ୍ୟକତା ରହିଛି।







